ଦିଗପହଣ୍ଡି ରେ ବାଲ୍ୟ ବିବାହମୁକ୍ତ ଭାରତ ସଚେତନତା ସାଇକେଲ ରାଲି

Jan 27, 2026 - 14:51
 0  3
ଦିଗପହଣ୍ଡି ରେ ବାଲ୍ୟ ବିବାହମୁକ୍ତ ଭାରତ ସଚେତନତା ସାଇକେଲ ରାଲି

ଦିଗପହଣ୍ଡି,୨୭|୧(ବିଜୟ କୁମାର ପ୍ରଧାନ ) ଫାଷ୍ଟ୍ ଓଡିଶା : ରାଜ୍ୟ ଆଇନସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କୋର୍ଟ ପରିସରରେ ଥିବା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସୋମବାର ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ବାଲ୍ୟ ବିବାହମୁକ୍ତ ଭାରତ ସଚେତନତା ସାଇକେଲ ରାଲିି ସହର ପରିକ୍ରମା କରିଥିଲା।

ସିଭିଲ ଜଜ ସିନିୟର୍ ଡିଭିଜନ କୋର୍ଟ ର ମାଜିଷ୍ଟ୍ରେଟ ତଥା ଟିଏଲଏସସି ଅଧ୍ୟକ୍ଷା ମହାଶ୍ବେତା ପରିଜା ଏବଂ ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଅତିଥି ଭାବେ ଯୋଗ ଦେଇ ସାଇକେଲ ରାଲି କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତାଲୁକ ଆଇନ ସହାୟତା କମିଟି ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖେମୁଣ୍ଡି କଲେଜ ର ବହୁ ସଂଖ୍ୟକ ଛାତ୍ରୀଛାତ୍ର,ଅଧ୍ୟାପକ ଓ କୋର୍ଟ କର୍ମଚାରୀ ପ୍ରଦୀପ କୁମାର ଶତପଥି ,ଶିବରାମ ସାହୁ,ସଂଗ୍ରାମ କୁମାର ପଣ୍ଡା,ଅଶ୍ଵିନୀ କୁମାର ପଟ୍ଟନାୟକ,ପିଲଚୁ ହେମ୍ବ୍ରମ, ସସ୍ମିତା ମହାରଣା,ଅଞ୍ଜଳି ମହାରଣା, ପପୁନ ମହାରଣା,ରୁଦ୍ର ପ୍ରସାଦ ତାଣ୍ଡିଆ,ପୂର୍ଣ୍ଣ ଚନ୍ଦ୍ର ପାତ୍ର, ନିରଞ୍ଜନ ଶବର,କେ. ନୋକିଆ, କାଳିଆ ନାୟକ,ବିକ୍ରମ ବେହେରା ପ୍ରମୁଖ ସାମିଲ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0