ଦିଗପହଣ୍ଡିରେ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ।

Jan 25, 2026 - 12:10
 0  17
ଦିଗପହଣ୍ଡିରେ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ।

ଦିଗପହଣ୍ଡି, 25/01(ବିଜୟ କୁମାର ପ୍ରାଧନ) ଫାଷ୍ଟ୍ ଓଡିଶା : କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଶୁକ୍ରବାର ଦିନ ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ତଥା ଆଇନଜୀବି ଅଶେଷ ନାଥ ମିଶ୍ରଙ୍କ ସଭାପତିତ୍ବ ଏବଂ ଆଇନଜୀବି ହରପ୍ରସାଦ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଐତିହାସିକ ତଥା ଗବେଷକ ଡଃ ଅନନ୍ତରାମ କର, ସୁସାହିତ୍ଯିକ ଡ଼ଃ ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଅବସରପ୍ରାପ୍ତ ଆଇଏଏସ୍ ଡ଼ଃ ବାଳକୃଷ୍ଣ ପଣ୍ଡା, ଗୋପାଳପୁର ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ରାଜେନ୍ଦ୍ର କୁମାର ମହାପାତ୍ର, ଚିକିଟି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ସଞ୍ଜୟ କୁମାର ପଣ୍ଡା, ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ସିଦ୍ଧାନ୍ତ ଗଙ୍ଗଦେବ, ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ବିଶିଷ୍ଟ ଲୋକକଳା ବିଶେଷଜ୍ଞ ସନ୍ତୋଷ କୁମାର ପାଢ଼ୀ, ଚିତ୍ର ଶିଳ୍ପୀ ଅମର ନାୟକ, ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ମୂଖ୍ୟ ପରିଚାଳକ ଆଲୋକ ବିଷୋୟୀ, ଶିକ୍ଷାବିତ୍ ବିଜୟ ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି କାପୁଲୁ କୁନା, କାଉନସିଲର ଦୀପକ ମିଶ୍ର, ନୀଳମାଧବ ଗୈାଡ, ସୁଶାନ୍ତ କୁମାର ପାତ୍ର, ସରପଞ୍ଚ ମନୋରଞ୍ଜନ ଗୌଡ଼, ପୂର୍ବତନ ସରପଞ୍ଚ ବିଦ୍ୟାଧର ମହାପାତ୍ର,କବି ବୃନ୍ଦାବନ ପଣ୍ଡା, ପରିଷଦର କାର୍ଯ୍ୟକର୍ତ୍ତା ରାଧାକାନ୍ତ ମହାଙ୍କୁଡ, ଚିତ୍ରସେନ ଗୌଡ଼, ସନ୍ତୋଷ କୁମାର ସେଠୀ, ସନ୍ତୋଷ କୁମାର ପାତ୍ର, ଉଜ୍ଜଳ ମହାନ୍ତି, କେ. ସଞ୍ଜୀବ କୁମାର ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ତତ୍କାଳୀନ ବଡଖେମୁଣ୍ଡି ରାଜ୍ୟର ବିଜୟନଗର ଗଡରେ ଜନ୍ମିତ କବିସୂର୍ଯ୍ୟ ବଳଦେବଙ୍କ ଜୀବନୀ ଓ ରଚନାବଳୀ ସମ୍ପର୍କରେ ଅତିଥି ବୃନ୍ଦ ଆଲୋକପାତ କରିବା ସହ ଜନ୍ମସ୍ଥାନକୁ ନେଇ ଲୋକଙ୍କୁ ଭ୍ରମିତ କରାନଯାଇ ସମସ୍ତ ଐତିହ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମତ ପ୍ରକାଶ କରିଥିଲେ। ସ୍ମୃତି ପରିଷଦ ପକ୍ଷରୁ କବିସୂର୍ଯ୍ଯଙ୍କ ଜନ୍ମସ୍ଥାନ ବିଜୟନଗର ଗଡରୁ ବାହାର କରାଯାଇଥିବା ଜ୍ଯୋତିକୁ ବିଭିନ୍ନ ସ୍ଥାନର ଗ୍ରାମବାସୀ ସମ୍ବର୍ଦ୍ଧିତ କରିବା ପରେ ତାହା ଦିଗପହଣ୍ଡିର ସନ୍ଥ ଅରକ୍ଷିତ ଛକଠାରେ ପହଞ୍ଚିଥିଲା।ସେଠାରୁ ଏକ ବିରାଟ ପଟୁଆରରେ ଜ୍ଯୋତିକୁ ପାଛୋଟି ନିଆଯାଇ ରାଜନହର ସମ୍ମୁଖସ୍ଥ କବିସୂର୍ଯ୍ଯଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା।ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ସ୍ମୃତି ପରିଷଦ ସମ୍ପାଦକ ଆଇନଜିବୀ କୁରେଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋକ ବିଷୋୟୀ, ନାଟ୍ଯଶ୍ରୀ ପ୍ରଦୀପ କୁମାର ରଥ ଏବଂ ନୃତ୍ୟ ପ୍ରଶିକ୍ଷକ ସୁନିଳ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାଚୀନ ବନବାଦ୍ଯ ଢୁମ୍ପା, ଓଡ଼ିଶୀ ନୃତ୍ୟ ଏବଂ ଶିଶୁ କଳାକାରଙ୍କ ଦ୍ବାରା ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ବିଭୋର ହୋଇଥିଲେ।ଆଦିକନ୍ଦ ସାହୁ, ତାରାପ୍ରସାଦ ପଟ୍ଟନାୟକ, ରମେଶ ଚନ୍ଦ୍ର ଜେନା, ନିରୁପମା ପଟ୍ଟନାୟକ, ଶ୍ଯାମ ସୁନ୍ଦର ଦୋରା, କାଳୁ ଚରଣ ସାହୁ, ଆଇନଜୀବି ପରେଶ ଚନ୍ଦ୍ର ରଥ, ବିଜୟ କୁମାର ପ୍ରଧାନ,ମନୋରଞ୍ଜନ ପଣ୍ଡା, ସିମାଞ୍ଚଳ କର, ବିନାୟକ ଦାସ, ସିମାଞ୍ଚଳ ପଣ୍ଡା, ସନ୍ତୋଷ କୁମାର ସାହୁ, ଗୁଣ୍ଡିଚା ପାଇକଙ୍କ ସମେତ ଆଖପାଖ ଅଞ୍ଚଳର ସହସ୍ରାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0