ନିଆଁ ଲାଗି ଜଳି ଗଲା ୨ଟି ଧାନ ଗଦା
ଶେରଗଡ଼ (ଫାଷ୍ଟ୍ ଓଡିଶା) 13/01/26 (ବାପୁନି ସେଠୀ ) : ଆଜି ପୁଣୀ ଦେଖିବାକୁ ମିଳିଛି ଧାନ ଗଦାରେ ନିଆଁ ଲାଗି ଜଳି ଗଲା ଲକ୍ଷ୍ୟାଧିକ ଟଙ୍କାର ଧାନ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଚାଷୀ ବିଲରୁ ଧାନ ଅମଳ କରିବାପାଇଁ କଳେଇ ସହ ଏକାଠି କରି ଗୋଟିଏ ଖଳାରେ ୨ଟି ଧାନ ଗଦା ରଖିଥିଲେ । ଆଜି ହଟାତ୍ ଗୋଟିଏ ଧାନ ଗଦାରେ ନିଆଁ ଲାଗି ଆଉ ଗୋଟିଏ ଧାନ ଗଦାକୁ ବ୍ୟାପିଥିଲା ଅଳ୍ପ ସମୟ ମଧ୍ୟରେ ଦୁଇଟି ଧାନ ଗଦା ସମ୍ପର୍ଣ୍ଣ ଜଳି ଯାଇଥିଲା । ସ୍ଥାନୀୟ ଲୋକମାନେ ଗଦାରେ ନିଆଁ ଲାଗି ଯାଇଥିବା ଦେଖି ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ନିଆଁ କୁ ଆୟତ କରିବା ସହ ଅଗ୍ନିଶମ ବିଭାଗକୁ ଜଣାଇ ଥିଲେ ଓ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲା। ମାତ୍ର ସେତେ ବେଳକୁ ନିଆଁ ସବୁ ପାଉଁଶ କରିଦେଇଥିଲା ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0