ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

Jan 25, 2026 - 23:12
 0  1
ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

ଦିଗପହଣ୍ଡି,୨୫|୧(ବିଜୟ କୁମାର ପ୍ରଧାନ) ଫାଷ୍ଟ୍ ଓଡିଶା : ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖର ରେ ଥିବା ମା ' ବାଙ୍କେଶ୍ୱରୀ  ଶକ୍ତିପୀଠ ରେ   ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦିଗପହଣ୍ଡି ରେଞ୍ଜ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରବିବାର ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖକ୍କର ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବି. ତୁରୁବୁଡି ପଞ୍ଚାୟତ ସରପଞ୍ଚ ଲିଙ୍ଗରାଜ ଦୋରା ଅତିଥିଭାବେ ଯୋଗଦେଇଥିଲେ। ନିକଟସ୍ଥ ପିଲିକାଡିହ ଗ୍ରାମର ବହୁ ସଂଖ୍ୟକ ମହିଳା ଶକ୍ତିପୀଠ ପରିସରକୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଶପଥ ପାଠ କରିଥିଲେ। ବର୍ତ୍ତମାନ ବଣଭୋଜି ର ସମୟ ଚାଲିଥିବା ବେଳେ ମା' ବଙ୍କେଶ୍ୱରୀ ପୀଠ କୁ ରାଜ୍ୟ ତଥା ରାଜ୍ୟ ବାହାର ର ପର୍ଯ୍ୟଟକ ମାନେ ଆସି ଭୋଜି କରୁଛନ୍ତି। ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ପୁନଃ ଉପଯୋଗୀ ହୋଇ ପାରୁନଥିବା ପ୍ଲାଷ୍ଟିକ ଉପକରଣ ବ୍ୟବହାର ନକରିବା ସହ ବଣ ଭୋଜି ଖାଇବାକୁ  ପ୍ଲାଷ୍ଟିକ କିମ୍ବା ଥର୍ମୋକୁଲ ଥାଳି ବଦଳରେ ଶିଆଳି ଓ ଶାଳପତ୍ର ଖଲି ବ୍ୟବହାର କଲେ ପ୍ଲାଷ୍ଟିକ ଜନିତ ଆବର୍ଜନା କମିବା ସହ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରୁଥିବା ସ୍ଥାନୀୟ ଅଧିବାସୀ ଅର୍ଥନୈତିକ ରୋଜଗାର ବଢ଼ିବ ବୋଲି  ବନ ବିଭାଗ କର୍ମଚାରୀ ମାନଙ୍କ ପକ୍ଷରୁ ସେମାନଙ୍କୁ ସଚେତନ କରାଯାଇଥିଲା।  ଏଠାରେ ଜମା ହେଉଥିବା ପ୍ଲାଷ୍ଟିକ ଆବର୍ଜନା ପରିବେଶକୁ ନଷ୍ଟ କରୁଛି।ଏହାକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ରେଞ୍ଜର କହିଛନ୍ତି।ଏହି ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମରେ ଚିକିଟି  ବନପାଳ କାମନା ଭୁଁୟା,ବନରକ୍ଷୀ ,ମିତାରାଣୀ ବିଶ୍ୱାସରାୟ,ପ୍ରଦୀପ କୁମାର ସ୍ବାଇଁ,ସରୋଜ କୁମାର ମଲ୍ଲିକ ଙ୍କ ସମେତ ସମସ୍ତ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।   

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0