କୁମ୍ଭୀର ଗଣନା ଶେଷ ; ଘୋଡାହାଡ଼ ଡ଼୍ୟାମରେ ୯୫ ମଗର ପ୍ରଜାତିର କୁମ୍ଭୀର ଚି଼ହ୍ନଟ
ଦିଗପହଣ୍ଡି,୯|୧(ବିଜୟ କୁମାର ପ୍ରଧାନ) ଫାଷ୍ଟ୍ ଓଡିଶା : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ର ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନିି ଖୋଖରଙ୍କ ତତ୍ତ୍ଵାବଧାନରେ ଦିଗପହଣ୍ଡି ବ୍ଳକ ଖମାରି ଗାଁ ପଞ୍ଚାୟତ ସଂଲଗ୍ନ ଘୋଡ଼ାହାଡ଼ ଡ଼୍ୟାମରେ ଗତ ୪ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ପ୍ରକ୍ରିୟା ଶେଷ ହୋଇଯାଇଛି । ଚଳିତ ବର୍ଷ ଘୋଡାହାଡ ଡ୍ଯାମରେ ୯୫ ଟି ମଗର ପ୍ରଜାତିର କୁମ୍ଭୀର ରହିଥିବା ଜଣାପଡିଛି ।
ଗଣନା ପୂର୍ବରୁ ଘୋଡାହାଡ ଇକୋ ପାର୍କରେ ଡ଼୍ୟାମ ଓ ଆଖପାଖ ପୋଖରୀ ଗୁଡିକରେ କୁମ୍ଭୀର ଗଣନା ନିମନ୍ତେ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ର ସମସ୍ତ ବନପାଳ , ବନରକ୍ଷୀ ଏବଂ ବନ ସୁରକ୍ଷା ବାହିନୀଙ୍କୁ ନେଇ କୁମ୍ଭୀରଙ୍କ ଗଣନା ନିମନ୍ତେ ଏକ ତାଲିମ ଶିବିର ଆୟୋଜିତ କରାଯାଇଥିଲା । କୁମ୍ଭୀର ଗଣନା ପାଇଁ ବନ ବିଭାଗ ପକ୍ଷରୁ ୨୫ ଟି ଟିମ ଗଠନ କରାଯିବା ସହ ଦିଗପହଣ୍ଡି ଭାରପ୍ରାପ୍ତ ରେଞ୍ଜର ସନ୍ତୋଷ ବିଷୋୟୀ ରତ୍ନଙ୍କ ନେତୃତ୍ୱରେ ୨୫ ରୁ ଉର୍ଦ୍ଧ୍ବ ବନ କର୍ମଚାରୀ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ ।
ଡ଼୍ୟାମର ୧୦ ଟି ସେଗମେଣ୍ଟ ସହ ୧୬ ଟି ପୋଖରୀ ରେ କୁମ୍ଭୀର ଗଣନା କରାଯାଇଥିଲା। ଗତ ୨୦୨୫ ରେ ଡ୍ଯାମ ଓ ତତ୍ ସଂଲଗ୍ନ ପୋଖରୀ ମାନଙ୍କରେ କୁମ୍ଭୀର ଙ୍କ ସଂଖ୍ୟା ୮୭ ରେ ରହିଥିବା ବେଳେ ଚଳିତବର୍ଷ ତାହା ବୃଦ୍ଧି ପାଇ ୯୫ ରେ ପହଞ୍ଚିଛି । ଘୋଡାହାଡ ଡ୍ଯାମ ରେ ୬୩ ଟି କୁମ୍ଭୀର ରହିଥିବା ବେଳେ ଆଖପାଖ ୧୬ ଟି ପୋଖରୀରେ ୩୨ ଟି କୁମ୍ଭୀର ରହିଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଗଣନା କାର୍ଯ୍ୟ ସମୟରେ ସହକାରୀ ବନ ସଂରକ୍ଷକ ସସ୍ମିତା ବିଶ୍ଵାଳ , ଗଞ୍ଜାମ ବିଜ୍ଞାନ କଲେଜ ଜୀବ ବିଜ୍ଞାନ ପ୍ରାଧ୍ୟାପକ ଡ଼. ମହେନ୍ଦ୍ର ସେଠୀ ଙ୍କ ସମେତ ସମସ୍ତ ବନ କର୍ମଚାରୀ ନିୟୋଜିତ ଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0