ଦିଗପହଣ୍ଡି ରେ କବିସୂର୍ଯ୍ୟ ଜୟନ୍ତୀ   ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

Jan 19, 2026 - 23:25
 0  36
ଦିଗପହଣ୍ଡି ରେ କବିସୂର୍ଯ୍ୟ ଜୟନ୍ତୀ   ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ଦିଗପହଣ୍ଡି,୧୯|୧(ବିଜୟ କୁମାର ପ୍ରଧାନ) ଫାଷ୍ଟ୍ ଓଡିଶା : ଦିଗପହଣ୍ଡି ବଜାର ଗାନ୍ଧୀଛକ ରେ ପ୍ରତିବର୍ଷ ଭଳି ଚଳିତବର୍ଷ ଆସନ୍ତା ୨୩ ତାରିଖ ଶୁକ୍ଳପକ୍ଷ ଶ୍ରୀ ପଞ୍ଚମୀ ତିଥି ରେ କବିସୂର୍ଯ୍ୟ ଙ୍କ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳନ କରାଯିବ। ସୋମବାର ଅପରାହ୍ନ ର ସ୍ଥାନୀୟ ଏନଏସି ସମ୍ମିଳନୀ କକ୍ଷରେ  ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ସଭାପତି ତଥା ଆଇନଜୀବି ଅଶେଷ ନାଥ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ।  ମହୋତ୍ସବ କୁ ସର୍ବାନ୍ତକରଣରେ ସଫଳ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା । ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ର କବିସୂର୍ଯ୍ୟ ଙ୍କ ଜନ୍ମପୀଠ ବିଜୟନଗରଗଡ଼ ଗ୍ରାମରୁ କବିସୂର୍ଯ୍ୟ ଙ୍କ ଜ୍ୟୋତି ବିଭିନ୍ନ ଗ୍ରାମାଞ୍ଚଳ ଓ ଦିଗପହଣ୍ଡି ସହର ପରିକ୍ରମା କରିବା ପରେ ଅପରାହ୍ନରେ ମହୋତ୍ସବ ସ୍ଥଳରେ ପହଞ୍ଚିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।ସନ୍ଧ୍ୟାରେ ସଭା ସରିବା ପରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା।ସଭାରେ ପରିଷଦର ସମ୍ପାଦକ ତଥା ଆଇନଜୀବି କୁରେଶୁ ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ପରିଷଦର ସଦସ୍ୟ ଅବସରପ୍ରାପ୍ତ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ତଥା ଓଡ଼ିଶା ମିଳିତ ନାଗରିକ ସଙ୍ଗଠନ ର ଆବାହକ ଡ଼. ବାଳକୃଷ୍ଣ ପଣ୍ଡା ସମଗ୍ର ଓଡ଼ିଆ ଜାତି ର ଗୌରବ  କବିସୂର୍ଯ୍ୟ ବଳଦେବ ରଥ ଙ୍କ ସାହିତ୍ୟ କୃତିକୁ ୟୁନେସ୍କୋ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି କରିଥିବା ରୁ ତାଙ୍କୁ ସଭାରେ ସେ ସାଧୁବାଦ ଅର୍ପଣ କରିଥିଲେ। ଚଳିତବର୍ଷ ମହୋତ୍ସବ ନିମନ୍ତେ ଆବଶ୍ୟକ ବ୍ୟୟବରାଦ ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା।  ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ,କାଉନସିଲର ନୀଳମାଧବ ଗୌଡ଼,ସୁଶାନ୍ତ ପାତ୍ର, ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ,ପୂର୍ବତନ ସରପଞ୍ଚ କେ.ସଞ୍ଜୀବ କୁମାର ରେଡ୍ଡୀ, ସରକାରୀ ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ,ଆଇନଜୀବି ହରପ୍ରସାଦ ରଥ,ମନୋରଞ୍ଜନ ପଣ୍ଡା, ଗୋପାଳକୃଷ୍ଣ ମଲ୍ଲିକ, ପରିଷଦ ର ଉପସଭାପତି ତଥା ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ଶୁଭେନ୍ଦୁ ପାଢ଼ୀ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଆଦିକନ୍ଦ ସାହୁ,ତାରାପ୍ରସାଦ ପଟ୍ଟନାୟକ,ଚନ୍ଦ୍ରଶେଖର ମହାପାତ୍ର ଏବଂ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0