ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ଜନ ସଚେତନତା       

Jan 25, 2026 - 12:24
 0  3
ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ଜନ ସଚେତନତା       

ଦିଗପହଣ୍ଡି, 25|01(ବିଜୟ କୁମାର ପ୍ରଧାନ )ଫାଷ୍ଟ୍ ଓଡିଶା : ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ନୂଆପଡ଼ା ସେକ୍ସନ ଅଧିନ ଅଁଳାଗୁଡ଼ା ଗ୍ରାମରେ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ରେଞ୍ଜର ଦିବ୍ୟରଞ୍ଜନ ସାହୁ,ଫରେଷ୍ଟର ସନ୍ତୋଷ ବିଷୋୟୀ ରତ୍ନ ,କାମନା ଭୂୟାଁ ପ୍ରମୁଖ ବନ କର୍ମଚାରୀ ବୃନ୍ଦ ଯୋଗଦେଇ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଗ୍ରାମବାସୀ ଙ୍କୁ ପରାମର୍ଶ ଦେଇଥିଲେ। ଜଙ୍ଗଲରେ ନିଆଁ ବ୍ୟାପିବା ଦ୍ଵାରା ପ୍ରାଣୀ ଜଗତ ଉପରେ ଗଭୀର ପ୍ରଭାବ ପକାଇ ଥାଏ। ନିଆଁ ର ପ୍ରଭାବରେ ଉପକାରୀ ବୃକ୍ଷଲତା ଧ୍ଵଂସ ପାଇଥାଏ।ଆମ ଜଙ୍ଗଲ ଆମ ସମ୍ପଦ।ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ କୁ କାର୍ଯ୍ୟକାରୀ କରିବା ସହ ଚଳିତ ୨୦୨୬ ବର୍ଷ କୁ ଅଗ୍ନିମୁକ୍ତ ବର୍ଷ ଭାବେ ପାଳନ ନିମନ୍ତେ ଗ୍ରାମବାସୀ ଶପଥ କରିବାକୁ ବନ ବିଭାଗ ଅଧିକାରୀ ବୃନ୍ଦ ସଭାରେ ଉଦବୋଧନ ଦେଇଥିଲେ।ଅଗ୍ନିଶମ କର୍ମଚାରୀ ବୃନ୍ଦ, ବନ ସୁରକ୍ଷା ସମିତି ର ସମସ୍ତ କାର୍ଯ୍ୟକର୍ତ୍ତା, ପଞ୍ଚାୟତ ୱାର୍ଡ ସଭ୍ୟା ସଭ୍ୟ, ବନ କର୍ମଚାରୀ ବୃନ୍ଦ ଓ ବହୁ ସଂଖ୍ୟକ ଗ୍ରାମବାସୀ ସଭାରେ ଉପସ୍ଥିତ ଥିଲେ।ଶେଷରେ ଦାସ କାଠିଆ ନୃତ୍ୟ ଗୀତ ମାଧ୍ୟମରେ ଜଙ୍ଗଲରେ ବନାଗ୍ନି ନିୟନ୍ତ୍ରଣ ନିମନ୍ତେ ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0