ବେଆଇନ ମୋରମ୍ ଚାଲାଣ ବେଳେ ଖଣି ବିଭାଗ ଓ ପୁଲିସ ର ମିଳିତ ଚଢ଼ାଉ ; ୩ ଟ୍ରାକ୍ଟର ଓ ଜେସିବି ଜବତ
ଦିଗପହଣ୍ଡି,୧୯|୧(ବିଜୟ କୁମାର ପ୍ରଧାନ) ଫାଷ୍ଟ୍ ଓଡିଶା : ରବିବାର ବିଳମ୍ବିତ ରାତିରେ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ମୋରମ୍ ଚାଲାଣ ହେଉଥିବା ବେଳେ ଦିଗପହଣ୍ଡି ପୁଲିସ ଟିମ୍ ଏବଂ ଖଣି ବିଭାଗ କର୍ମଚାରୀ ମାନଙ୍କ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିବା ଜଣାପଡିଛି । ପୁଲିସ ଏହି ଘଟଣାରେ ମୋରମ ବୋଝେଇ ୩ ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ଜବତ କରିଛନ୍ତି । ଦୀର୍ଘଦିନ ଧରି ମୋରମ ଚାଳାଣକାରୀ ମାଫିଆ ମାନେ ରାତିରେ ସାନଖେମୁଣ୍ଡି ବ୍ଳକ ଗୈାତୁମୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜେସିବି ମେସିନ ଲଗାଇ ବେଆଇନ ଭାବେ ଜଙ୍ଗଲରୁ ମୋରମ ଖୋଳି ଟ୍ରାକ୍ଟର ଯୋଗେ ଦିଗପହଣ୍ଡି ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମକୁ ଚୋରା ଚାଲାଣ କରି ଆସୁଥିଲେ । ତେବେ ବିଶେଷ ସୁତ୍ରରୁ ବ୍ରହ୍ମପୁର ଖଣି ବିଭାଗ କର୍ମଚାରୀ ବୃନ୍ଦ ଖବରପାଇ ରବିବାର ରାତିରେ ପୁଲିସ ସହାୟତାରେ ଦିଗପହଣ୍ଡି ଥାନା ସିଦ୍ଧେଶ୍ୱର ଗ୍ରାମ ନିକଟ ଗଣିଆନାଳ ଛକରୁ ୩ ଟି ଟ୍ରାକ୍ଟର ସହ ଜେସିବି ଜବତ କରିଥିବା ବେଳେ ପୁଲିସ ଗାଡ଼ି ଦେଖି ଚାଳକ ମାନେ ସେଠାରୁ ଚମ୍ପଟ ମାରିଥିବା ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି । ଏନେଇ ଥାନାରେ ମକଦ୍ଦମା ରୁଜୁ କରାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0