ଦିଗପହଣ୍ଡି ରେ ବନ୍ଦ ପ୍ରଭାବଶୂନ୍ୟ ଦୋକାନ ବଜାର,ସ୍କୁଲ - କଲେଜ ଖୋଲା ଗାଡ଼ି ଚଳାଚଳ ସ୍ବାଭାବିକ
ଦିଗପହଣ୍ଡି,୨୮|୧(ବିଜୟ କୁମାର ପ୍ରଧାନ) ଫାଷ୍ଟ୍ ଓଡିଶା : ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡ଼ାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ ପ୍ରଭାବ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ଖୋଲା ଥିବା ବେଳେ ଯାତ୍ରୀବାହୀ ବସ୍ ଚଳାଚଳ ସ୍ବାଭାବିକ ରହିଛି।ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ରେ ଧାନ ମଣ୍ଡି ଖୋଲାଯିବା, ମଣ୍ଡି ରେ ସରକାରଙ୍କ ନିର୍ଦ୍ଧାରିତ ଦରରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବା,ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନାଁ ରେ ଯାନବାହାନ ଚଳାଉଥିବା ସାଧାରଣ ଲୋକଙ୍କ ଠାରୁ ଜରିମାନା ଆଦାୟ ବନ୍ଦ କରାଯିବା, ଟାଟା ପାୱାର ସ୍ମାର୍ଟ ମିଟର ଲଗାଇବା ନାଁ ରେ ବିଦ୍ୟୁତ ଗ୍ରାହକ ଙ୍କ ଠାରୁ ଜୁଲୁମ୍ ବନ୍ଦ କରାଯିବା ପ୍ରଭୃତି ଅନ୍ୟାନ୍ୟ ଦାବି ରେ ରାଜ୍ୟ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଡ଼ାକରା ଦିଆଯାଇଥିବା ବନ୍ଦ ପାଳନ କୁ ରାଜ୍ୟ କଂଗ୍ରେସ କମିଟି ସମର୍ଥନ କରିଥିଲେ ମଧ୍ୟ ସ୍ଥାନୀୟ କଂଗ୍ରେସ ସଙ୍ଗଠନ ବନ୍ଦ ପାଳନ ରେ ସାମିଲ ନଥିଲେ। ଦିଗପହଣ୍ଡି ଅଞ୍ଚଳରେ ନବ ନିର୍ମାଣ କୃଷକ ସଙ୍ଗଠନ ର କୌଣସି ଶାଖା କିମ୍ବା ସଭ୍ୟ ନଥିବା କାରଣରୁ ବନ୍ଦ ପାଳନ କରାଯାଇନଥିବା ଜଣାପଡ଼ିଛି। ଭୋର ରେ ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ମାଲକାନାଗିରି,ରାୟଗଡ଼ା,ଗଜପତି,କଳାହାଣ୍ଡି,କନ୍ଧମାଳ ଜିଲା କୁ ଗାଡ଼ି ଚଳାଚଳ ସ୍ବାଭାବିକ ଥିବା ବେଳେ ସମସ୍ତ ସ୍କୁଲ କଲେଜ ,ଅଫିସ ଦପ୍ତର,ଦୋକାନ ବଜାର ପ୍ରତିଦିନ ଭଳି ଖୋଲା ରହିଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0