' ମା ମହୁରୀ କାଳୁଆ ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ଥାନାରେ ଏତଲା ସାଇଣ୍ଟିଫିକ ଟିମ୍ ର ତଦନ୍ତ
ଦିଗପହଣ୍ଡି,୨୮|୧(ବିଜୟ କୁମାର ପ୍ରଧାନ ) ଫାଷ୍ଟ୍ ଓଡିଶା : ସମଗ୍ର ଦକ୍ଷିଣ ଓଡ଼ିଶା ର ପ୍ରସିଦ୍ଧ ଶକ୍ତିପୀଠ ମା ' ମହୁରୀ କାଳୁଆ ଙ୍କ ମନ୍ଦିର ଗର୍ଭଗୃହ ରୁ ଦୁର୍ବୃତ୍ତ ମାନେ ଭକ୍ତବୃନ୍ଦ ପ୍ରଦାନ କରିଥିବା ମା ' ଙ୍କ ମସ୍ତକରୁ ରୁପା ମୁକୁଟ, ଫୁଲକଣା, ନୋଥ, ସୁନା ମଙ୍ଗଳସୂତ୍ର ଓ ମନ୍ଦିର ର କିଛି ପୂଜା ସାମଗ୍ରୀ ଲୁଟି ନେଇଛନ୍ତି।ମଙ୍ଗଳବାର ବିଳମ୍ବିତ ରାତି ରେ ଏହି ଚୋରି ଘଟଣା ଘଟିଛି। ମନ୍ଦିର ପୂଜକ ଦେବେନ୍ଦ୍ର ଡାକୁଆ ରାତ୍ରୀକାଳୀନ ପୂଜାର୍ଚ୍ଚନା ପହଡ଼ ନିତିକାନ୍ତି ସାରି ରାତି ପ୍ରାୟ ୧୨ଟା ରେ ମନ୍ଦିର କବାଟ ବନ୍ଦ କରି ଘରକୁ ଯାଇଥିଲେ। ବୁଧବାର ଭୋର ରେ ସେ ସକାଳ ପୂଜା ପାଇଁ ମନ୍ଦିର କୁ ଯାଇଥିବା ବେଳେ ମା ' ଙ୍କ ପ୍ରତିମୂର୍ତ୍ତି ରୁ ସମସ୍ତ ଅଳଙ୍କାର ଓ କିଛି ପୂଜା ସାମଗ୍ରୀ ଚୋରି ହୋଇଥିବା ଜାଣିଥିଲେ।ସେ ଏନେଇ ମନ୍ଦିର ପରିଚାଳନା କମିଟି ସମ୍ପାଦକ ନିରଞ୍ଜନ ମହାନ୍ତି, ଅନନ୍ତେଇ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କାମେଶ୍ୱର ବିଶ୍ଵାଳ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଫୋନ କରି ଘଟଣା ଜଣାଇଥିଲେ।ଏନେଇ ଦିଗପହଣ୍ଡି ଥାନାକୁ ଖବର ଦିଆଯିବା ପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ମନ୍ଦିର ପାର୍ଶ୍ଵ ଭଙ୍ଗାଯାଇ ପୁନଃ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।କିଛି ଦୁର୍ବୃତ୍ତ ପାଚେରୀ ଡେଇଁ ମନ୍ଦିର ଗର୍ଭଗୃହ ରେ ପଶି ଏହି ଚୋରି କରିଥିବା ଜଣାପଡିଛି। ଏନେଇ ମନ୍ଦିର ପରିଚାଳନା କମିଟି ସମ୍ପାଦକ ନିରଞ୍ଜନ ମହାନ୍ତି ଥାନାରେ ଏତଲା ଦେବାପରେ ଥାନା ମାମଲା ନଂ.୩୩/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି କହିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0