ଦିଗପହଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟର ପିଏମଶ୍ରୀ ଉତ୍ସବ
ଦିଗପହଣ୍ଡି, ୧୯/୧(ବିଜୟ କୁମାର ପ୍ରଧାନ ) ଫାଷ୍ଟ୍ ଓଡିଶା : ସୋମବାର ଦିଗପହଣ୍ଡି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପିଏମଶ୍ରୀ ଉତ୍ସବ ବଡଖେମୁଣ୍ଡି ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ରଶ୍ମିତା ସାହୁଙ୍କ ସଂଯୋଜନା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ଃ ଶଙ୍କର ନାରାୟଣ ବେଜ ମୂଖ୍ୟ ବକ୍ତା ଏବଂ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳା ମାଝୀ,ବିଶ୍ରବା ପାଇକ, ରସାନନ୍ଦ ଘଡେଇ, ସିଆରସିସି ଅନିଲ୍ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ତେବେ ପିଏମଶ୍ରୀ ପାଇଁ ଯୋଗ୍ୟ ମାନଣ୍ଡ ପ୍ରକାରେ ବିଦ୍ୟାଳୟ ଆବଶ୍ୟକ କରୁଥିବା ଖେଳ ପଡିଆ ଓ ଅନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ପାଇଁ ଅଭିଭାବକ ମହଲରେ ଦାବୀ କରାଯାଇଥିବା ଦେଖିବାକୁ ମିଳିଛି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0