ଭଞ୍ଜନଗର ସୂଚନା ଲୋକ ସମ୍ପର୍କ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

Bhanjanagar, Public Relations Officer, Farewell Ceremony, Odisha News, Bhanjanagar News, Governme

Jul 3, 2025 - 15:39
 0  6
ଭଞ୍ଜନଗର ସୂଚନା ଲୋକ ସମ୍ପର୍କ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା
ଭଞ୍ଜନଗର ସୂଚନା ଲୋକ ସମ୍ପର୍କ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର ସୂଚନା ଲୋକ ସମ୍ପର୍କ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା...
          
ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ  ଶ୍ରୀଯୁକ୍ତ ଗୌରୀ ଶଙ୍କର ଶତପଥି ଙ୍କୁ ଭଞ୍ଜନଗର ର ଅଗ୍ରଣୀ କବି ସମ୍ରାଟ ମିଡ଼ିଆ କ୍ଲବ ଦ୍ୱାରା ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି l ଶ୍ରୀଯୁକ୍ତ ଶତପଥୀ କବି ସମ୍ରାଟ ମିଡ଼ିଆ କ୍ଲବ ର ପ୍ରତିଷ୍ଠା ଦିନ ଠାରୁ କ୍ଲବ ର ଦ୍ଵାରା ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସହଯୋଗ, ଉତ୍ସାହିତ କରିଆସୁ ଥିଲେ।ଆଜି ତାଙ୍କର ବିଦାୟ କାଳୀନ ଉତ୍ସବ ରେ ସେ କବି ସମ୍ରାଟ ମିଡ଼ିଆ କ୍ଲବ ସଦସ୍ୟ ଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କର ନିଷ୍ଠା ତଥା ସଦସ୍ୟ ମାନଙ୍କ କ୍ଲବ ପ୍ରତି ଥିବା ଆନୁଗତ୍ୟ କୁ ପ୍ରଶଂସା କରିଥିଲେ।ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ଶତପଥି ଚାରୀ ବର୍ଷ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ଭଞ୍ଜନଗର ରେ କାର୍ଯ୍ୟ କରି ଆସୁଥିଲେ।ଆଜି ତାଙ୍କର ଅବସର କାଳୀନ ସମୟ ଆସିଥିବା ବେଳେ ସେ ଯେତିକି ଖୁସି ଥିଲେ ସେତିକି ଦୁଃଖୀ ମଧ୍ୟ ଥିଲେ।ଆଜିର କାର୍ଯ୍ୟକ୍ରମ ରେ ମିଡ଼ିଆ କ୍ଲବ ଉପସଭାପତି ପୁରୁଷୋତ୍ତମ ମହାପାତ୍ର ଓ ସମୀର ମହାପାତ୍ର, ସମ୍ପାଦକ ଚିନ୍ମୟ ବେବର୍ତା ,ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ, ବରିଷ୍ଠ ସାମ୍ବାଦିକ ସଂଜୀବ ପାତ୍ର, ମନୋଜ ପାତ୍ର ,ସହ ସମ୍ପାଦକ ରଞ୍ଜିତ ଜେନା  ସହ ସଂଯୋଜକ ମାନେ ଏବଂ ଅନ୍ୟ ସମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0