ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଦିଗପହଣ୍ଡି, ୭|୧(ବିଜୟ କୁମାର ପ୍ରଧାନ) ଫାଷ୍ଟ୍ ଓଡିଶା : ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭା ଗୃହରେ ବୁଧବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ହୃଦୟ ରଞ୍ଜନ ମେକାପ ଏଥିରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିଯୁକ୍ତି ଦିଆଯାଇଥିବା ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ, ହେମନ୍ତ କୁମାର ପାଣିଗ୍ରାହୀ, ସନ୍ତୋଷ କୁମାର ସାହୁ, ସିମାଞ୍ଚଳ ପ୍ରଧାନ, ସୁରେଶ ଚନ୍ଦ୍ର ସାହୁ ଏବଂ ବିଜୟ କୁମାର ପ୍ରଧାନ ନିଜ ନିଜର କାର୍ଯ୍ୟରେ ଯୋଗ ଦେବା ପରେ ସଂଘ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପୂର୍ବରୁ ଦୀର୍ଘଦିନ ଧରି ସରକାରୀ ଓକିଲ ଦାୟିତ୍ଵ ନିର୍ବାହ କରିଥିବା ନକୁଳ ପ୍ରଧାନ, ମନୋରଞ୍ଜନ ପଣ୍ଡା ଏବଂ ସତ୍ୟ ନାରାୟଣ ରଥଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କୋର୍ଟରେ ସରକାରୀ ପକ୍ଷ ରଖିବା ସମୟରେ ସାମାଜିକ ଆବଶ୍ୟକତା ପ୍ରତି ଦୃଷ୍ଟି ନିବଦ୍ଧ ରଖି ନ୍ଯାୟୋଚିତ ପଦକ୍ଷେପ ଗ୍ରହଣ କରିବାକୁ ସଭାରେ ମତ ପ୍ରକାଶ ପାଇଥିଲା। ସଂଘ ସମ୍ପାଦକ ପ୍ରଦୀପ କୁମାର ନାୟକ, ପ୍ରାକ୍ତନ ସଭାପତି ପ୍ରଭାକର ରାଉତ, ରସାନନ୍ଦ ରାଉତ, ହରପ୍ରସାଦ ରଥଙ୍କ ସମେତ ଚନ୍ଦ୍ରଧ୍ବଜ ସିଂହ,ରତ୍ନାକର ମେକାପ,ଅଶେଷ ନାଥ ମିଶ୍ର, ପ୍ରିୟରଞ୍ଜନ ପଟ୍ଟନାୟକ,ପ୍ରହ୍ଲାଦ ପ୍ରଧାନ, ଗିରିଜା ନନ୍ଦନ ମେକାପ, ଟୁକୁନା ପ୍ରଧାନ, କିଶୋର ଚନ୍ଦ୍ର ଗୌଡ଼, ନୀଳାମ୍ବର ମହାପାତ୍ର, ସଚ୍ଚିକାନ୍ତ ରଥ ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0