ସୁନାପୁରରେ 'ମନୁ ସେନା' ପକ୍ଷରୁ ରକ୍ତଦାନ ଶିବିର: ବିଧାୟକଙ୍କ ଦ୍ୱାରା ଉଦଘାଟନ

Dec 29, 2025 - 19:46
 0  9
ସୁନାପୁରରେ 'ମନୁ ସେନା' ପକ୍ଷରୁ ରକ୍ତଦାନ ଶିବିର: ବିଧାୟକଙ୍କ ଦ୍ୱାରା ଉଦଘାଟନ

ଚିକିଟି (ଗଞ୍ଜାମ) ୨୯- ୧୨- ୨୦୨୫ : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ 'ମନୁ ସେନା' ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ଶିବିରକୁ ଉଦଘାଟନ କରିଥିଲେ।

​ବିଧାୟକଙ୍କ ସହ ତାଙ୍କ ସହଧର୍ମିଣୀ ଶ୍ରୀମତୀ ମିନା ସାମନ୍ତରାୟ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଏଭଳି ମାନବୀୟ କାର୍ଯ୍ୟ ପାଇଁ ସଂଗଠନର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ। 'ମନୁ ସେନା'ର ସଦସ୍ୟ ଓ ଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ରକ୍ତଦାନ ପାଇଁ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା।

​ଏହି ଶିବିରରେ ସର୍ବମୋଟ ୬୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବ୍ରହ୍ମପୁର ରକ୍ତଭଣ୍ଡାରର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ। ଜରୁରୀକାଳୀନ ସମୟରେ ରକ୍ତର ଅଭାବକୁ ଦୂର କରିବା ଏବଂ ଗରିବ ରୋଗୀଙ୍କ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ 'ମନୁ ସେନା' ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ସମ୍ମାନିତ କରିଥିଲେ

ବ୍ୟୁରୋ ରିପୋର୍ଟ ଫାଷ୍ଟ୍ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0