ଦିଗପହଣ୍ଡି ନଗର ବିଜେପି ପକ୍ଷରୁ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Jan 5, 2026 - 08:44
Jan 5, 2026 - 09:51
 0  38
ଦିଗପହଣ୍ଡି ନଗର ବିଜେପି ପକ୍ଷରୁ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦିଗପହଣ୍ଡି,(ଫାଷ୍ଟ୍ ଓଡିଶା) ୪|୧(ବିଜୟ କୁମାର ପ୍ରଧାନ ) :   ଗଞ୍ଜାମ ଜିଲ୍ଳା ଦିଗପହଣ୍ଡି ବ୍ଲକ ରାଜପୁର ନିକଟସ୍ଥ ଶ୍ରୀ ରାଧେଶ୍ୟାମ ଆଶ୍ରମ ପରିସରରେ ରବିବାର ଦିନ ଦିଗପହଣ୍ଡି ନଗର କମିଟି ପକ୍ଷରୁ ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନଗର କମିଟି ସଭାନେତ୍ରୀ ସୁଷମା ଗୌଡ଼ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଜେପି ଗଞ୍ଜାମ ଜିଲ୍ଲା କମିଟି ସଭାପତି ସରୋଜ ସାବତ,ନବ ନିଯୁକ୍ତ ଉପସଭାପତି ତଥା ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,ସମ୍ପାଦକ ରବୀନ୍ଦ୍ର ସେଠୀ,ପୂର୍ବତନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜ,ନବନିଯୁକ୍ତ ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ, ହେମନ୍ତ କୁମାର ପାଣିଗ୍ରାହୀ,ସିମାଞ୍ଚଳ ପ୍ରଧାନ,ସନ୍ତୋଷ କୁମାର ସାହୁ,ମଦନ ମୋହନ ପାତ୍ର,ବିଜୟ କୁମାର ପ୍ରଧାନ,ଦିଗପହଣ୍ଡି ବ୍ଲକ ଏମପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀ, ଦିଗପହଣ୍ଡି ଏନ ଏ ସି ର ଏମପି ପ୍ରତିନିଧି ଭବାନୀ ଶଙ୍କର ପଣ୍ଡା,କୁକୁଡାଖଣ୍ଡି ବ୍ଲକ ଏମପି ପ୍ରତିନିଧି ସନ୍ତୋଷ କୁମାର ଚୌଧୁରୀ ଙ୍କ ସମେତ ବିଜେପି ର ୬ ଜଣ ମଣ୍ଡଳ ସଭାପତି ଙ୍କୁ ଯଥା ସୁଷୁମା ଗୌଡ଼, ଅରୁଣ ଗୌଡ଼, ବାବୁଲା ପାତ୍ର, ଲଳିତ ବିଷୋୟୀ, ଦୀପକ ମହାପାତ୍ର, ଏସ. ମିଟୁ ଦୋରା ଏବଂ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଏମ ଚିନ୍ମୟ ରେଡ୍ଡୀ, ଘୁମୁସର ଆସ୍କା ସାଙ୍ଗଠନିକ ଉପସଭାପତି ଗୋପାଳ କୃଷ୍ଣ ମଳିକ ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ବନ୍ଦେମାତାରାମ ସଂଗୀତ ଗାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଜେପି ର ପ୍ରମୁଖ କାର୍ଯ୍ୟକର୍ତ୍ତା ଶକ୍ତି ପାତ୍ର,ପ୍ରତାପ ଗୌଡ଼,ଶ୍ରୀକାନ୍ତ ମହାରଣା,ସୀମା ଦାସ, ଭାଗିରଥି ଚୌଧୁରୀ, ଦୟାନିଧି ନାହକ, ଭୁବନେଶ୍ୱର ପଣ୍ଡା,ରାଜକିଶୋର ଚୌଧୁରୀ, ଇ. ବିଶିକେଶନ,ଆଇନଜୀବି ରାଜେନ୍ଦ୍ର ସାହୁ, ବନ୍ଦିତା ମହାରଣା,ସୁଷମା ଦାସ,ସ୍ନେହଲତା ବେହେରା,ଟୁନା ଚୌଧୁରୀ,ନରେଶ ଚନ୍ଦ୍ର ରଥ,ଗଣେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ସଭାରେ ସାଙ୍ଗଠନିକ ଅଭିବୃଦ୍ଧି ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା।  ଶେଷରେ ନଗର ଉପସଭାପତି  ଭାଗିରଥି ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0