ଜିଲ୍ଲାପାଳ ହେବ ତ ଏମିତି l ନିଜ କାମ ପାଇଁ ଏବେ ସବୁଠି ପ୍ରଶଂସା

#

Jul 10, 2025 - 23:23
Jul 10, 2025 - 23:39
 0  12
ଜିଲ୍ଲାପାଳ ହେବ ତ ଏମିତି l ନିଜ କାମ ପାଇଁ ଏବେ ସବୁଠି ପ୍ରଶଂସା
ଜିଲ୍ଲାପାଳ ହେବ ତ ଏମିତି l ନିଜ କାମ ପାଇଁ ଏବେ ସବୁଠି ପ୍ରଶଂସା

କାମାକ୍ଷାନଗର -

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ଼ ବ୍ଲକ ଅପହଞ୍ଚ ଦୁର୍ଗମ ଇଲାକା ଏକୁଲ ସେକୁଲ ପୁଟିପାଳ ଗାଁରେ ନାଳ ପାରି ହୋଇ ଚାଲିଚାଲି ଗାଁକୁ ଗଲେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ।ବୁଧବାର ସକାଳୁ ଜିଲ୍ଲାପାଳ ଅଚାନକ କଙ୍କଡାହାଡ଼ ବ୍ଲକ ସଦର ମହକୁମାରେ ପହଂଚିବା ପରେ ସେଠାରୁ ସେ ଚାଲିଲେ କାନ୍ତୁଲ ପଂଚାୟତର ଏକୁଲ ସେକୁଲ ଓ ପୁଟିପାଳକୁ ।ଏକୁଲ ସେକୁଲ ଗାଁକୁ ଅଣ୍ଟାଏ ଉଚର ପାଣି ବହୁଥିବା ପିଛୁଳି ନାଳ ପାରି ହୋଇ ଚାଲିଚାଲି ଗାଁକୁ ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ସହିତ ସମାଧାନ କରିବାକୁ କହିଲେ ।ସେହିଭଳି ଅନ୍ୟଏକ ଗାଁ ପୁଟିପାଳ ଗାଁରେ ନାଳ ପାରି ହୋଇ  ଗାଁକୁ ଗଲେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ଜିଲ୍ଲାପାଳ ନାଳ ପାରି ହେବା ସହିତ ଚାଲିଚାଲି ଗାଁକୁ ଗଲେ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଲେ ।ଏହା ସହିତ ସାଙ୍ଗରେ ମେଡ଼ିକାଲ ଟିମ ମଧ୍ୟ ଯାଇଥିଲେ ଲୋକଙ୍କ ଚିକିତ୍ସା କରାଇଥିଲେ ।ବିଡ଼ିଓ ଯଶୋବନ୍ତ ଦେହୁରୀ, ତହସିଲଦାର ସୌଦାମିନି ନାୟକଙ୍କ ସମେତ ବ୍ଲକର ଅଧିକାରୀ ଓ କର୍ମଚାରୀ ମଧ୍ୟ ଯାଇଥିଲେ 

ଜିଲ୍ଲାପାଳଙ୍କୁ ପାଇ ଲୋକମାନେ ବେଶ ଖୁସି ହୋଇଥିଲେ ।

କାମାକ୍ଷାନଗର ରୁ ସୌମ୍ୟରଞ୍ଜନ ନାୟକ ଙ୍କ ସ୍ୱତନ୍ତ୍ର ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0