ସାହାସପୁରରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ, ଚାଷୀଙ୍କୁ ମିଳିବ ସହଜ ବିକ୍ରୟ ସୁବିଧା
ସାନଖେମୁଣ୍ଡି (ଫାଷ୍ଟ୍ ଓଡିଶା) 04/01/2026 : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ସାହାସପୁର ସେବା ସମବାୟ ସମିତି ଏବଂ ମା’ ଠାକୁରାଣୀ ସ୍ୱୟଂ ସହାୟକ ସଂଘର ସଂଯୁକ୍ତ ଆୟୋଜନରେ ସାହାସପୁର ଧାନ ମଣ୍ଡିର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ବିଜୟ କୁମାର ସ୍ୱାଇଁ ଉପସ୍ଥିତ ରହି ଧାନ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ।
ଉଦ୍ଘାଟନ ସମାରୋହରେ ସଂନମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ଶ୍ରୀ ଦିଲ୍ଲୀପ କୁମାର ଜେନା, ଆସିକା ସମବାୟ ବ୍ୟାଙ୍କର ପରିଚାଳକ ଶ୍ରୀ ସନାତନ କୁମାର ବିଶୋଇ, ସମବାୟ ସମିତିର ସଭାପତି ଶ୍ରୀ କୈଳାଶ ପାତ୍ର, ସାହାସପୁର ସରପଞ୍ଚ ଶ୍ରୀ ସୁଶାନ୍ତ କୁମାର ସେଠି, RMC ଅଧିକାରିଣୀ ଶ୍ରୀମତୀ ପ୍ରିୟଙ୍କା ପ୍ରଧାନ ଓ ସମବାୟ ସମିତିର ସମ୍ପାଦକ ଶ୍ରୀ ନାରାୟଣ ରାଉଳ ଉପସ୍ଥିତ ଥିଲେ।
ଏହା ସହ ଚୁଡୁଙ୍ଗପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜାଗିଲି ସେଠି, ମଣ୍ଡି ପରିଚାଳନା ସମିତିର ସଭାପତି ଶ୍ରୀ ମାତା ଦଣ୍ଡପାଣି ପାତ୍ର, ମିଲର ରାମଚନ୍ଦ୍ର ସାହୁ ଓ ସଭ୍ୟ ଶ୍ରୀ ସାନ୍ତୁନୁ ଦୋରା ଙ୍କ ସହିତ ବହୁ ଚାଷୀ ଉପସ୍ଥିତ ଥିଲେ | ପ୍ରସଦ ଦୋରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରି ସାର୍ଥକ କରିଥିଲେ। ଅତିଥିମାନେ ଧାନ ମଣ୍ଡି ଆରମ୍ଭ ହେବା ଫଳରେ ଅଞ୍ଚଳର ଚାଷୀମାନେ ସହଜରେ ଓ ସୁବିଧାଜନକ ଭାବେ ଧାନ ବିକ୍ରୟ କରିପାରିବେ ବୋଲି ଆଶା ପ୍ରକାଶ କରିଥିଲେ। ମଣ୍ଡିକୁ ଧାନ ନେଇ ଆସୁଥିବା ଚାଷୀମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଶୌଚାଳୟ ଆଦିର ସୁବ୍ୟବସ୍ଥା କରାଯାଇଥିବା ବେଳେ ଧାନ ସୁରକ୍ଷିତ ରଖିବା ପାଇଁ ପାଲର ବ୍ୟବସ୍ଥା ମଧ୍ୟ କରାଯାଇଛି।
ମୁଖ୍ୟ ଅତିଥି ଶ୍ରୀ ବିଜୟ କୁମାର ସ୍ୱାଇଁ ଚାଷୀମାନଙ୍କୁ ଏଫ୍ଏକ୍ୟୁ (FAQ) ମାନଙ୍କର ଧାନ ଆଣି ଉଚିତ ମୂଲ୍ୟ ପାଇବାକୁ ପରାମର୍ଶ ଦେଇଥିବା ବେଳେ ସରକାର ସଦା ଚାଷୀମାନଙ୍କ ସହିତ ଅଛନ୍ତି ଓ ଧାନ ବିକ୍ରୟରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ନିଶ୍ଚିତତା ଦେଇଥିଲେ। ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ଫାଷ୍ଟ୍ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0