କୁମାରପାଣି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ।

Dec 29, 2025 - 19:33
 0  72
କୁମାରପାଣି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ (ଫାଷ୍ଟ୍ ଓଡିଶା)୨୯- ୧୨- ୨୦୨୫  : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ କୁମାରପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ତୃପ୍ତିମୟୀ ଜେନାଙ୍କ ତତ୍ତ୍ଵବଧାନରେ ସୋମବାର ପୂର୍ବାହ୍ନ ୧୦ ଘଣ୍ଟ ସମୟରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଶେରଗଡ଼ ଥାନା ଅଧିକାରୀ ଶ୍ରୀ ବୀରେନ୍ଦ୍ର ସିଆଳ , ଆଡ଼ିସ୍ ନାଲ ତହସିଲ୍ ଦାର ସୂର୍ଯ୍ୟକାନ୍ତ ବଇରୀ ରଞ୍ଜନ ବେହେରା, ସରପଞ୍ଚ ଉଦୟନାଥ ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୃତିବାସ ନାୟକ , ଜିଆରଏସ ସାମୁଲ୍ ଗମାଗ, ଏବିଡ଼ିଓ ସୁଧାଂଶୁ ଶେଖର ତରାଇ, ସିଡ଼ିପିଓ ଶ୍ରୀମତି ମମତାଞ୍ଜଳି ପଣ୍ଡା , ରାଜେନ୍ଦ୍ର ଗୌଡ଼, ଆଦି ସମସ୍ତ ବ୍ଲକ୍ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଲୋକଙ୍କ ବିଭିନ୍ନ ପ୍ରକାର ଅଭିଯୋଗ କୁ ନେଇ ଏହି ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ଏବଂ ଅଭିଯୋଗକୁ ନେଇ ବିଚାର କରାଯାଇଥିଲା । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା , ଜମିଜମା, ଘରପଟ୍ଟା ଏବଂ ଭୂମିହୀନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ସମସ୍ୟା କୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା । ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ମୋଟ ୧୯୭ ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ରାସନ କାର୍ଡ ପାଇଁ ୧୬୩ ଓ ପିମ୍ କିଶାନ -୧, ଧାନ ମଣ୍ଡି ପାଇଁ- ୧ , ବ୍ୟକ୍ତି ଗତ ଅଭିଯୋଗ - ୩୨ ଟି ହୋଇଥିଲା। ଏହା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ତୃପ୍ତି ମଇ ଜେନା ସମସ୍ତ ଅଭିଯୋଗକୁ ଇ -ଅଭିଯୋଗ ମାଧ୍ୟମରେ ପଞ୍ଜୀକୃତ କରାଯାଇ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ମତ ପ୍ରକାଶ କରିଛନ୍ତି । ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମବାସୀଙ୍କ ସମସ୍ତଙ୍କ ମିଳିତ ସହଯୋଗରେ ଆଜିର ଏହି ଜନ ଶୁଣାଣି କାର୍ଯକ୍ରମ ସୁଚାରୁ ରୁପେ ପରିଚାଳନା ହୋଇଥିଲା ।

ଶେରଗଡ଼ ରୁ ବାପୁନି ସେଠୀଙ୍କ ରିପୋର୍ଟ 

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 1
Sad Sad 0
Wow Wow 0