ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵନକ୍ଷତ୍ର ଦିବସ ପାଳନ

Swankshatra Day celebrated at Uday Pratap Vigyan Higher Secondary School.

Aug 17, 2025 - 14:00
Aug 17, 2025 - 14:11
 0  10
ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵନକ୍ଷତ୍ର ଦିବସ ପାଳନ

ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵନକ୍ଷତ୍ର ଦିବସ ପାଳନ

ଶେରଗଡ଼ (ଫାଷ୍ଟ ଓଡିଶା ) :  ସ୍ଥାନୀୟ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶେରଗଡ଼ରେ 42 ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିଶିରକାନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥ ଏବଂ ଶେରଗଡ଼ ରାଜା ସାହେବ ଉଦୟ ପ୍ରତାପ ସିଂହଦେଓ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତତ୍ପରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ମହୋଦୟ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମହାପୁରୁଷ ମାନଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିବା ସହିତ ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଶୃଙ୍ଖଳାଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ କାହ୍ନୁ ଚରଣ ଲେଙ୍କା ଏହି ଅନୁଷ୍ଠାନର ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀଙ୍କ ସଂଘର୍ଷ ଓ ତ୍ୟାଗକୁ ସ୍ମୃତିଚାରଣ କରିଥିଲେ। ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ନିଜ ନିଜ ବକ୍ତବ୍ୟରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଉତ୍ତମ ଚରିତ୍ର ଗଠନ ନିମନ୍ତେ ଆହ୍ୱାନ ଦେବା ସହିତ ଉତ୍ତମ ଅଧ୍ୟୟନ କରି ଅନୁଷ୍ଠାନର ସୁନାମ ରଖିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଶ୍ରୀଯୁକ୍ତ ବାଲ ଶିବାଜୀ ପାତ୍ର ଅନୁଷ୍ଠାନର ସଫଳ ଇତିହାସ ପାଠ କରିଥିଲେ। ଅଧ୍ୟାପିକା ରିତାରାଣୀ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ ଏବଂ ଅଧ୍ୟାପିକା ଉତ୍କଳିକା କୁମାରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଗତ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ଚିନୁ ପ୍ରଧାନ, ବାଣିଜ୍ୟ ବିଭାଗର ଛାତ୍ରୀ ସୁଶ୍ରୀ ରୋଜାଲିନି ସାହୁ ଏବଂ କଳା ବିଭାଗର ଛାତ୍ର କୁମାର ଶ୍ରୀକାନ୍ତ ତରାଇଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପୁରସ୍କୃତ ହୋଇଥିବା ଦୁଇଜଣ ଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଔଷଧୀୟ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସ୍ନାତକୋତ୍ତର ଶିକ୍ଷୟତ୍ରୀ ସୁଶ୍ରୀ ମନୀଷାରାଣୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵIବଧାନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅତି ସୁନ୍ଦର ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମର ପରିଚାଳନାରେ ସମସ୍ତେ ଅଂଶଗ୍ରହଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0