ଅଲାରିଗଡ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଶେରଗଡ଼(ଫାଷ୍ଟ୍ ଓଡିଶା) ୨୨- ୧୨- ୨୦୨୫ (ବାପୁନି ସେଠୀ) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ଅଲାରିଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ତୃପ୍ତିମୟୀ ଜେନାଙ୍କ ତତ୍ତ୍ଵବଧାନରେ ସୋମବାର ପୂର୍ବାହ୍ନ ୧୦ ଘଣ୍ଟ ସମୟରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଶେରଗଡ଼ ତହସିଲଦାର ଶ୍ରୀ ତ୍ରିଦେବ ରଥ, ଥାନା ଅଧିକାରୀ ଶ୍ରୀ ବୀରେନ୍ଦ୍ର ସିଆଳ , ସରପଞ୍ଚ ଶ୍ରୀମତୀ ସାରସ ସ୍ବାଇଁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ଗୌଡ, ସମିତି ସଭ୍ୟା ସଦସ୍ୟା ଶ୍ରୀମତୀ ଜୟନ୍ତୀ ବାଳା ବିଶୋଇ ଆଦି ପ୍ରମୁଖଙ୍କ ସହ ସମସ୍ତ ବ୍ଲକ୍ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଲୋକଙ୍କ ବିଭିନ୍ନ ପ୍ରକାର ଅଭିଯୋଗ କୁ ନେଇ ଏହି ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ଏବଂ ଅଭିଯୋଗକୁ ନେଇ ବିଚାର କରାଯାଇଥିଲା । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା , ଜମିଜମା, ଘରପଟ୍ଟା ଏବଂ ଭୂମିହୀନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ସମସ୍ୟା କୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା । ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ମୋଟ ୮୬ ଅଭିଯୋଗ ଦାଖଲ ହୋଇଥିବାବେଳେ ବ୍ୟକ୍ତି ଗତ ଅଭିଯୋଗ ୭୬ ଓ ସମ୍ପ୍ରଦାୟ ଅଭିଯୋଗ ୧୦ ଟି ହୋଇଥିଲା। ଏହା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ତୃପ୍ତି ମଇ ଜେନାଙ୍କ ତତ୍ତ୍ଵାବଧାନରେ ନାମ - ନରସିଂହ ମହାରଣା , ପିତା - କାଶୀନାଥ ମହାରଣାଙ୍କୁ ସ୍ବାସ୍ଥ୍ୟ ଗତ କାରଣ ଯୋଗୁଁ 5000 ଟଙ୍କା ପ୍ରଦାନ କରିଥିଲେ । ସମସ୍ତ ଅଭିଯୋଗକୁ ଇ -ଅଭିଯୋଗ ମାଧ୍ୟମରେ ପଞ୍ଜୀକୃତ କରାଯାଇ ଖୁବଶୀଘ୍ର ଏହାର ସମାଧାନ ଖୁବ ଶୀଘ୍ର କରାଯିବା ବୋଲି ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ମତ ପ୍ରକାଶ କରିଛନ୍ତି । ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମବାସୀଙ୍କ ସମସ୍ତଙ୍କ ମିଳିତ ସହଯୋଗରେ ଆଜିର ଏହି ଜନ ଶୁଣାଣି କାର୍ଯକ୍ରମ ସୁଚାରୁ ରୁପେ ପରିଚାଳନା ହୋଇଥିଲା ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0