ଶେରଗଡ଼ରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

BJP takes out Triranga procession in Sheragada

Aug 13, 2025 - 19:07
 0  12
ଶେରଗଡ଼ରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ଶେରଗଡ଼ 13/07/25(ଫାଷ୍ଟ ଓଡିଶା ) : ୭୯ ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଏବଂ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ରଙ୍କ ଉପସ୍ଥିତି ରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ପାଳନ ହୋଇଯାଇଛି । ଆଜି ବିଜେପି ପକ୍ଷରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ଧବଳପୁର ମଣ୍ଡଳ, ଧନନ୍ତର ପଞ୍ଚାୟତ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ରେ ହିଞ୍ଜିଳି ବିଧାୟକ ପାର୍ଥି ଶିଶିର ମିଶ୍ର,ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଉପସଭାପତି, ଧନନ୍ତର ପୂର୍ବତନ ସରପଞ୍ଚ କାଳିଆ ଜେନା, ଧବଲପୁର ମଣ୍ଡଳ ସଭାପତି ଜିତେନ୍ଦ୍ର ମହାରଣା, ଶେରଗଡ଼ ମଣ୍ଡଳ ଯୁବ ମୋର୍ଚା ସଭାପତି ସୁଜିତ କୁମାର ବିଷୋୟୀ, ସଂଜୟ ଜେନା, ମାଧବ ଗୌଡ଼, ତ୍ରିଲୋଚନ ବେହେରା, ନୟନ ମଲ୍ଲିକ, ସମୀର ଗୌଡ଼, ରାଜେଶ ପ୍ରଧାନ, ସଞ୍ଜୟ ସେଠୀ, ମକରା ସ୍ୱାଇଁ ଆଦି ତ୍ରିରଙ୍ଗା ପତାକା ଧରୀ ଏହି ଶୋଭା ଯାତ୍ରାରେ ସାମିଲ ହୋଇଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0