ଶେରଗଡ଼ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ।
#Block level fish and wildlife fair held in Sheragada.
ଶେରଗଡ଼ , ୨୬-୧୧-୨୫ (ଫାଷ୍ଟ୍ ଓଡିଶା ): ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଶେରଗଡ଼ ବ୍ଲକ ନିକଟରେ ଥିବା ପଡ଼ିଆରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନା କୁ ତୃଣ ମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ସହିତ ଗ୍ରାମ୍ୟ ଜୀବନକୁ ଅଭିବୃଦ୍ଧି ପାଇଁ ବିଭିନ୍ନ ଗ୍ରାମର କୃଷି ଗୋଷ୍ଠୀ ମାନଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା ସହ ରୋଜଗାରର ପନ୍ଥା ଆପଣାଇବା ନେଇ ସରକାରଙ୍କ ଆର୍ଥିକ ସହାୟତା ଦିଆଯାଇ ସେମାନଙ୍କ ଅବିବୃଦ୍ଧି ଓ ଚାଷର ଉର୍ଣ୍ଣତୀ ନେଇ ଆଲୋଚନା କରାଯାଇଛି। । ଏଥିରେ ଶେରଗଡ଼ ବ୍ଳକର ମତ୍ସ୍ୟ ଓ ପାଣିସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସଫଳ ଚାଷୀଙ୍କୁ ମଧ୍ୟ ସମ୍ବନ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତି ଭାବରେ ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ଗୋଷ୍ଠା ଉନ୍ନୟନ ଅଧିକାରୀ ସୁଶ୍ରୀ ତୃପ୍ତିମଇ ଜେନା , ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ଅଞ୍ଜନ କୁମାର ଦାସ , ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ଦୁର୍ଗା ପ୍ରସାଦ ହୋତା,ଶ୍ରୀଯୁକ୍ତ ଦିଗାମ୍ବର ନାହାକ, ମାନ୍ୟବର ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି, ଶେରଗଡ଼ ମତ୍ସ୍ୟ ଉପନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ଚନ୍ଦ୍ର ବେହେରା , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଭଞ୍ଜନଗର ଡଃ. ଗଣେଶ ଚନ୍ଦ୍ର ମହାନ୍ତୀ , ତହସିଲଦାର ଶ୍ରୀଯୁକ୍ତ ତ୍ରିଦେବ ରଥ , ମିଡିଆ ବନ୍ଧୁ ଓ ଅନେକ ପ୍ରଣୀମିତ୍ର ଓ କୃଷି ମିତ୍ର ମାନେ ଯୋଗଦେଇଥିଲେ ।
ଶେରଗଡ଼ ରୁ ବାପୁନି ସେଠୀଙ୍କ ରିପୋର୍ଟ ଫାଷ୍ଟ୍ ଓଡିଶା l
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0