ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ପୁର୍ଣିମା ଓ ପ୍ରତିଷ୍ଠା ଦିବସ ପାଳିତ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ପୁର୍ଣିମା ଓ ପ୍ରତିଷ୍ଠା ଦିବସ ପାଳିତ
କାମାକ୍ଷାନଗର-(ରିପୋର୍ଟ -ସୌମ୍ୟରଞ୍ଜନ ନାୟକ)
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଗୁରୁ ପୁର୍ଣିମା ଓ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଗୁରୁଜୀ ବିପ୍ର ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଇଟେକ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ପ୍ରମୋଦ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୁରୁ ପୁର୍ଣିମାର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରି ପ୍ରତିଷ୍ଠା ଦିବସରେ ବିଦ୍ୟାଳୟର ଭୂମିକା ଉପରେ ସୂଚନା ପ୍ରଦାନ କରିଥିଲେ l ପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ବିଦ୍ୟାଳୟର ସହ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ l
ସୌମ୍ୟରଞ୍ଜନ ନାୟକ ଙ୍କ ସ୍ୱତନ୍ତ୍ର ରିପୋର୍ଟ
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0